ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଇରାନ ଯୋଜନା କରୁଛି । ଏସବୁ ଜାଣିବା ପରେ ଇରାନକୁ ଖୋଲା ଧମକ ଦେଇଛି ଇସ୍ରାଏଲ । କିଛି ବି ଭୁଲ କଲେ ପରିଣାମ ଭୟାଭୟ ହେବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ)ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେରଜି ହାଲେଭି କହିଛନ୍ତି ।
ଯଦି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ପୁଣି ଆକ୍ରମଣ କରାଯାଏ ଏହାର ଜବାବ ପୂର୍ବ ତୁଳନାରେ ଆହୁରି ଭୟଙ୍କର ହେବ ବୋଲି ସେ କହିଛନ୍ତି। ଇରାନରରେ ମିସାଇଲ ମାଡ଼ ପରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ ବଳ ଯୋଗାଡ଼ କରୁଛି । ପୁଣି ଉତ୍ତେଜନା ସୃଷ୍ଟି କଲେ ଆମେ ଆହୁରି ଜୋରଦାର ଜବାବ ଦେବୁ। ଏଥର ଆମେ ବ୍ୟବହାର କରି ନଥିବା କ୍ଷମତାକୁ ପ୍ରୟୋଗ କରି ଇରାନରେ ପହଞ୍ଚିବୁ ବୋଲି ଇସ୍ରାଏଲର ବରିଷ୍ଠ ଅଧିକାରୀ କହିଛନ୍ତି ।








/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)
