ବିଶ୍ବାସ କୁମାର ରମେଶ 242 ଜଣଙ୍କ ଭିତରୁ ମାତ୍ର ବଂଚିଥିବା ଜଣେ ବ୍ୟକ୍ତି । ଅହମଦାବାଦ ବୋଇଂ ବିମାନ ଦୁର୍ଘଟଣାରୁ ବଂଚିଥିବା ରମେଶ । ଏବେ ସାରା ପୃଥିବୀର ଗଣମାଧ୍ୟମରେ ଚର୍ଚା ହେଉଥିବା ବିଷୟ । ଯାହା ଟ୍ରେଣ୍ଡିଂ କରୁଛି । ସୋସିଆଲ ମିଡିଆ ଏକ୍ସ ରେ ରମେଶଙ୍କର ବଂଚିବା ଏକ ଅଲୈାକିକ ଘଟଣାକି ନୁହେଁ । ଏବେ ବିତର୍କ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଜଣେ ଯୁକ୍ତି କରୁଛନ୍ତି । ଏହା ହେଉଛି ଭଗବାନଙ୍କର କାମ । ଭଗବାନ ନଥିଲେ 242 ଶବ ଭିତରୁ ଜଣେ ଜିଅନ୍ତା ମଣିଷ କିପରି ପଦାକୁ ଆସିଥାନ୍ତା ।
ଆଉ ଜଣେ ଯୁକ୍ତି କରୁଛନ୍ତି ସବୁ କାମ ପଛରେ ଭଗବାନଙ୍କର ଏକ ଉଦ୍ଦେଶ୍ୟ ଥାଏ । ଯେଉଁଥିପାଇଁ ଏହି ବ୍ୟକ୍ତିଜଣଙ୍କ ରକ୍ଷା ପାଇଗଲେ । ସେ ଆହୁରି ଲେଖିଛନ୍ତି ମୋ ଜୀବନ ଭିତରେ ମୁଁ ଏଭଳି କୈାଣସି ଭୟଙ୍କର ବିମାନ ଦୁର୍ଘଟଣା ଦେଖିନାହିଁ । ଯେଉଁଥିରେ ଗୋଟିଏ ମଣିଷ ବଂଚି କି ଚାଲି ଚାଲି ଆସିବ ।
ରମେଶ କୁମାର ବିଶ୍ବାସ ହେଉଛନ୍ତି ୟୁକେ ରେ ରହୁଥିବା ଭାରତୀୟ ବ୍ୟକ୍ତି । ଯାହା ଙ୍କର ପିଲା, ସ୍ତ୍ରୀ ଲଣ୍ଡନରେ ରୁହନ୍ତି । ଭାରତରେ ରହୁଥିବା ପରିବାର ଲୋକଙ୍କୁ ଦେଖାକରିବା ପରେ ଭାଇ ଅଜୟଙ୍କ ସହ ସେ ଲଣ୍ଡନକୁ ଯାଉଥିଲେ । ପରେ ଏଭଳି ଦୁର୍ଘଟଣା ଘଟିଗଲା ।
ରମେଶ ବଂଚିବାକୁ ନେଇ ଆଉ ଗୋଟିଏ ପୋଷ୍ଟ ଯାହା ହେତୁବାଦୀମାନଙ୍କର ଚିନ୍ତାଧାରାକୁ ସମର୍ଥନ କରେ । ଏଥିରେ କୁହାଯାଇଛି । ଏତେ ଲୋକଙ୍କ ଭିତରେ ଜଣେ ଲୋକ ବଂଚିବା ଏହା ଏକ ଐଶ୍ବରିକ ଶକ୍ତିର ହସ୍ତକ୍ଷେପ ନୁହେଁ । କାରଣ ଏଭଳି କୈାଣସି ଶକ୍ତି 290 ଲୋକଙ୍କୁ ମାରି ଜଣଙ୍କୁ ବଂଚାଇବ ନାହିଁ । ରମେଶ ଏଥିପାଇଁ ବଂଚିଲେ । ଯେଉଁଥିରେ ଫିଜିକ୍ସର ଏକ ଭୂମିକା ରହିଛି । ପଦାର୍ଥ ବିଜ୍ଞାନ ଭାଗ୍ୟ ଆଉ ତାଙ୍କ ଭିତର ବିଶ୍ବାସର ଏକ ବଡ଼ ଭୂମିକା ରହିଛି । ସଂଯୋଗ କ୍ରମେ ସେ ଏମରଜେନସି ଏକଜିଷ୍ଟ ଡୋର ପାଖେ ବସିବା । ଗୋଟିଏ ଭୟଙ୍କର ବିମାନ ଦୁର୍ଘଟଣାରୁ ବଂଚିବା । ଅନେକ ଗୁଡିଏ କାରଣ ଏକାସାଥିରେ କାମ କରିଥାଏ । ଲକ୍ଷ ଲକ୍ଷ ଘଟଣା ଭିତରେ ଏମିତି ଗୋଟିଏ ଘଟଣା ଘଟିଥାଏ । ସାରା ପୃଥିବୀର ଖବର କାଗଜମାନେ ଏହି ଭୟଙ୍କର ବିମାନ ଦୁର୍ଘଟଣା ଘଟଣାକୁ ଅଲୈାକିକ ଘଟଣା ଭାବରେ ବର୍ଣ୍ଣନା କରୁଛନ୍ତି ।
ଏହାର କାରଣ -ଏଭଳି ଘଟଣା କ୍ବଚିତ ଘଟିଥାଏ । ଆକାଶରେ ଘଟୁଥିବା ଏହିଭଳି ଘଟଣା ଯାହା ଉପରେ କୈାଣସି ମାନବିୟ ହସ୍ତକ୍ଷେପ ସଂଭବ ନୁହେଁ । ଏଠି ମଣିଷର ବୁଦ୍ଧି ବଳ କିଛି କାମ କରିନଥାଏ । କେବଳ ଯଦି ଜଣଙ୍କୁ ବଂଚାଇବା ପାଇଁ ଏକ ଅଦଭୂତ ଘଟଣାର ସଂଯୋଗ କାମ କରିଥାଏ । ତାହେଲେ ଯାଇ ମଣିଷ ବଂଚିଯାଇପାରେ । ଆଉ ଏହି ବିରଳ ସଂଯୋଗଟି ରମେଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । କିନ୍ତୁ 241 ଜଣଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥିଲା । ଏପରିକି ରମେଶଙ୍କ ଭାଇଙ୍କ କ୍ଷେତ୍ରରେ ଦେଖାଯାଇନଥିଲା । ଆପଣ ଏହାକୁ ଅଲୈାକିକ ଘଟଣା କୁହନ୍ତୁ, ସଂଯୋଗ କୁହନ୍ତୁ । ଇଶ୍ବରଙ୍କ ହସ୍ତକ୍ଷେପ କୁହନ୍ତୁ । ଏହା ଆପଣଙ୍କ ଅଧିକାର । କିନ୍ତୁ ଧ୍ବଂସର ସ୍ତୁପ ଭିତରୁ ପାଦରେ ଚାଲିଚାଲି ବାହାରୁ ଥିବା ମଣିଷଟିକୁ ଆପଣ କଣ କହିବେ । ଏମିତି କାହିଁକି ଘଟେ । ଏତେ ଲୋକ ମଲେ କାହିଁକି ? ଆଉ ଜଣେ ଲୋକ ବଂଚିଲେ କାହିଁକି ? ଏ ପ୍ରଶ୍ନର ଉତ୍ତର ଆମକୁ ସବୁବେଳେ ଆଶ୍ଚର୍ଯ୍ୟ କରୁଥିବ । ପ୍ରଶ୍ନ ପରେ ପ୍ରଶ୍ନ ପଚରା ଚାଲୁଥିବ । ଯାହାର ନିର୍ଦିଷ୍ଟ ଉତ୍ତର ମିଳିବା ଏତେ ସହଜ ନୁହେଁ ।