୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସବୁ ଗାଁ ଗୁଡିକୁ ପାଇପ୍ ଜଳ ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ୨୪୦୨ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଜୁନ୍ ଶେଷ ସୁଦ୍ଧା ଆହୁରି ୧୪ଟି ପ୍ରକଳ୍ପ ଶେଷ ହେବା ନେଇ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।
୨୦୨୪ ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳ ସଙ୍କଟ ଦୂର ପାଇଁ ୩୭ ହଜାର ୮୭୬ଟି ନଳକୂପକୁ ଅନୁମୋଦନ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୬ ହଜାର ୩୬୯ଟି ସୋଲାର୍ ପିଡବ୍ଲୁଏସ୍ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୬ ହଜାର ୩୬୯ଟି ସୋଲାର୍ ପିଡବ୍ଲୁଏସ୍ ସମ୍ପୂର୍ଣ୍ଣ ହୋଇଛି । ୭୦୪୨ଟି ଗ୍ରାମକୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।
ଚଳିତ ବର୍ଷ ଜଳ କଷ୍ଟ ଅଞ୍ଚଳର ପାନୀୟ ଜଳ ଯୋଗାଣ ପାଇଁ ୬୨୯ଟି ଟ୍ୟାଙ୍କର୍ ଯୋଗାଇ ଦିଆଯାଇଛି। ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ମୋଟ ୮୨୮୧ଟି ଜଳ ଛତ୍ର ଖୋଲାଯାଇଛି। ଏପର୍ଯ୍ୟନ୍ତ ମୋଟ ୨୦ ହଜାର ୮୭୫ଟି ଗ୍ରାମକୁ ପାଇପ୍ ଜଳ ଯୋଗାଣ ଜାରି ରହିଛି ।
