• Latest
  • Trending
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

Oct-24-2025 04:08 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Thursday, March 12, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

ଜାମିନ ପାଇଁ ଆବେଦନ କରିଛନ୍ତି ବିକ୍ରମ ପଣ୍ଡା

by M M
Oct-24-2025 04:08 PM IST
in ଅପରାଧ, ରାଜ୍ୟ
0
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ
492
SHARES
1.4k
VIEWS
Share on FacebookShare on Twitter

ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ରାଜନୀତି ସରଗରମ ରହିଛି । ଏହି ମାମଲାକୁ ନେଇ ବିଜେଡି-ବିଜେପି ଭିତରେ ବୟାନବାଜି ଚାଲିଛି । ହତ୍ୟା ଷଡ଼ଯନ୍ତ୍ର ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପରେ ବିଜେଡି  ଏହାକୁ ରାଜନୈତିକ ଉଦ୍ଦେଶ୍ୟ ଥିବା  ଅଭିଯୋଗ କରିଛି। ଅନ୍ୟପକ୍ଷେ, ବିକ୍ରମଙ୍କ ପାଇଁ ୪୪ ଜଣ ଓକିଲ କୋର୍ଟରେ ମାମଲା ଲଢ଼ିବେ ବୋଲି ସୂଚନା ମିଳିଛି। ସେମାନେ ଲଢ଼ିବା ପାଇଁ କୋର୍ଟରେ ନିଜର ଦାବିପତ୍ର ଦାଖଲ କରିଛନ୍ତି। ଏହି ଓକିଲମାନେ କର୍ପୋରେଟର ମଳୟ ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ମାମଲା ଲଢ଼ିବେ। ସେମାନଙ୍କ ଜାମିନ ଆବେଦନ ବେଳେ ଏହି ଓକିଲମାନେ ବିକ୍ରମ ପଣ୍ଡାଙ୍କ ପାଇଁ ବଳିଷ୍ଟ ଯୁକ୍ତି ରଖିବେ । ତେବେ ସରକାରୀ ଓକିଲ କିପରି ଷଡ଼ଯନ୍ତ୍ର କରିବାର ଯୁକ୍ତି ରଖୁଛନ୍ତି ତାହା ଉପରେ ବିଚାରପତିଙ୍କ ନିଷ୍ପତ୍ତି ନିର୍ଭର କରିବ ।

ଏଠାରେ ସୂଚନାଯୋଗ୍ୟ ଯେ ଅକ୍ଟୋବର ୬ରେ ପୀତବାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଷଡ଼ଯନ୍ତ୍ରରେ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ) ସମେତ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି। ଏସପି ଡା. ସର୍ବଣା ବିବେକ ଏମ୍. କହିଛନ୍ତି, ହତ୍ୟା ପଛରେ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ମୁଖ୍ୟ କାରଣ ରହିଛି।

ବିକ୍ରମଙ୍କ ସହଯୋଗୀ ସୁନୀଲ ଏବଂ ସୁଦର୍ଶନକୁ ମଧ୍ୟ ଗିରଫ କରିଛି ପୋଲିସ ଗିରଫଦାରୀ ସଂଖ୍ୟା ୧୩କୁ ବଢ଼ିଛି। ତିନିଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେପଟେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମାମଲାରେ କିଛି ଅପରାଧି ରାଜ୍ୟ ବାହାରର ହୋଇଥିବାରୁ ସିବିଆଇକୁ ମାମଲା ଦିଆଯାଇଥିବା ବିଜେପି କହିଛି ।

ସେଦିନ ଥିଲା ୨୦୨୫ ଅକ୍ଟୋବର ୬ ତାରିଖ ।  କୁମାର ପୂର୍ଣ୍ଣିମା ରାତି ୧୦ଟାରେ ପୀତବାସ ପଣ୍ଡା ତାଙ୍କ ଚାମ୍ବରରୁ ଘରକୁ ଫେରିବା ବାଟରେ  କିଛି ଖାଇବା ଜିନିଷ ନେଇ ଫେରୁଥିଲେ । ହଠାତ ତାଙ୍କ ସ୍କୁଟି ଆଗରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଅଟକାଇଲେ । ପରିଚୟ ମାଗିଲେ । ନମସ୍କାର କରିବା ପରେ  ଆତତାୟୀମାନେ ତାଙ୍କୁ ଗଳିମାରି ଫେରାର ହୋଇଯାଇଥିଲେ । ସେ ତଳେ ପଡ଼ିଯାଇ ଚିତ୍କାର କରିବା ବେଳେ ପାଖରେ ଥିବା ଲୋକ ତାଙ୍କୁ ମେଡିକାଲ ନେଇଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।  ବୈଦନାଥପୁର ଥାନାରେ ମାମଲା ରୁଜୁ ପରେ ଅପରାଧିଙ୍କୁ ଧରିବା ପାଇଁ ପୁଲିସ୍‌ ୬ଟି ଟିମ୍‌ ଗଠନ କରି ତଦନ୍ତ କରିଥିଲା । ପୀତବାସଙ୍କ ଅଫିସରୁ ଘର ପର୍ଯ୍ୟନ୍ତ ରାସ୍ତାର ସବୁ ସିସିଟିଭି ଯାଞ୍ଚ କରାଯାଇଥିଲା । ସିସିଟିଭି ଫୁଟେଜରୁ କିଛି ଅଜଣା ବ୍ୟକ୍ତି ପୀତବାସ ପଣ୍ଡାଙ୍କ ଯିବା ଆସିବା ରାସ୍ତାରେ ରେକି କରୁଥିବା ଜଣାପଡ଼ିଥିଲା । ସେପ୍ଟେମ୍ବର ୧୦ରୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ରେକି କରୁଥିବା ଶିଶୁପାଳ କୁମାର ପାଶୱାନ, କୁନ୍ଦନ କୁମାର, ବିପିନ ସ୍ୱାଇଁ ଓ ସୀମାଞ୍ଚଳ ନାୟକଙ୍କୁ ଚିହ୍ନଟ ପରେ ପୁଲିସର ତଦନ୍ତ ଆଗକୁ ବଢ଼ିଥିଲା  । ଉମା ଶଙ୍କର ବିଷୋୟୀ ଓ ଯୋଗେନ୍ଦ୍ର ରାଉତ ଏହି ୪ ଅପରାଧିଙ୍କୁ ବ୍ରହ୍ମପୁର ଡକାଇଥିଲେ । ଏହି ୪ ଅପରାଧି ମଳୟ ବିଷୋୟୀଙ୍କ ନିର୍ଦ୍ଦେଶରେ ଅଳକାପୁରୀର ଶୂନ୍ୟ ଚନ୍ଦ୍ର ଦାସଙ୍କ ଭଡ଼ା ଘରେ ରହୁଥିଲେ । ଶୂନ୍ୟଚନ୍ଦ୍ରଙ୍କୁ ମଳୟ କହିଥିଲେଯେ, ସେମାନେ ହସପିଟାଲ କାମରେ ଆସିଛନ୍ତି  । ତେବେ ବିହାରର ଦୁଇ ଜଣଙ୍କୁ ଦେଖିବା ପରେ ମଳୟଙ୍କୁ ଶୂନ୍ୟଚନ୍ଦ୍ର ପ୍ରଶ୍ନ କରିଥିଲେ । ତେବେ ମେଡ଼ିକାଲ ଚିକିତ୍ସା ପାଇଁ ସେମାନେ ଏଠାରେ ରହିବେ ବୋଲି ସେ ବୁଝାଇ ଦେଇଥିଲେ । ସେପ୍ଟେମ୍ବର ୧୦ରୁ ୧୪ ପର୍ଯ୍ୟନ୍ତ ସେମାନେ ସେଠାରେ ରହୁଥିବାବେଳେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ ସେମାନଙ୍କୁ ପ୍ରତିଦିନ ଭେଟିବା ସହ ବାଇକ୍‌, ଖାଦ୍ୟ ଆଦି ଯୋଗାଇ ଦେଉଥିଲେ । ସେପ୍ଟେମ୍ବର ୧୨ରେ ଏହି ୪ ବ୍ୟକ୍ତି ଯୋଗୀ ରାଉତଙ୍କ ସହ ପୀତବାସ ପଣ୍ଡାଙ୍କ ଅଫିସ୍‌ ଚାମ୍ବର ଆଗରେ ରେକି କରିଥିଲେ ।  ଯୋଗୀ ସେମାନଙ୍କୁ ପୀତବାସଙ୍କୁ ଚିହ୍ନାଇ ଦେଇଥିଲା ।

ପୀତବାସଙ୍କୁ ହତ୍ୟା କରିବା ପାଇଁ ଉମା ବିଷୋୟୀ ୨ଟି ବନ୍ଧୁକ ଓ ୧୦ ଲକ୍ଷ ଟଙ୍କା ଦେଇଥିଲା । ସେପ୍ଟେମ୍ବର ୧୪ରେ ହତ୍ୟା କରିବାକୁ ଯୋଜନା କରାଯାଇଥିଲା । ତେବେ ଶିଶୁପାଳ କୁମାର ପାଶୱାନର ସ୍ତ୍ରୀର ହଠାତ୍‌ ଗର୍ଭପାତ ହୋଇଥିଲା । ତେଣୁ ସେ ବିହାର ପଳାଇ ଯାଇଥିଲା । ପରେ ମଳୟ ବିଷୋୟୀର ନିର୍ଦ୍ଦେଶରେ ଉମା ବିଷୋୟୀ ଓ ଯୋଗୀ ରାଉତ ଆଉ ଏକ ଯୋଜନା କରିଥିଲେ । ବନ୍ଥପାଲୀର ଦୁଇ ଲୋକ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ହତ୍ୟାକାଣ୍ଡ ପାଇଁ ସୁପାରି ଦିଆଯାଇଥିଲା । ହତ୍ୟା ପାଇଁ କୁରୁପତି ନିଜ ଗାଁରୁ ଆସିଥିବାବେଳେ ଚିଣ୍ଟୁ ବାଙ୍ଗାଲୋରରୁ ବସରେ ଆସିଥିଲା । ବ୍ରହ୍ମପୁରରେ ଦି ଜଣ ପହଁଚିବା ପରେ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ପ୍ରଶାନ୍ତ ଆଣ୍ଡ କୋର ବାଚଲର ରୁମ୍‌ରେ ରହିଥିଲେ । ଯୋଗୀ ରାଉତ ଓ ଉମା ବିଷୋୟୀ ସେହି ଘର ବୁଝିଥିବାବେଳେ ସେମାନେ ସେପ୍ଟେମ୍ବର ୨୯ରୁ ସେଠାରେ ରହିଥିଲେ । ପରେ ଯୋଗୀ, ଚିଣ୍ଟୁ ଓ କୁରୁପଥି ମିଳିତ ଭାବେ ରେକି କରିଥିଲେ । ସେମାନେ ପୀତବାସ ପଣ୍ଡାଙ୍କ ଅଫିସ, ରୁଟ୍‌ ଓ ତାଙ୍କ ଘରକୁ ଅନୁଧ୍ୟାନ କରିଥିଲେ । ଏବେ ସମସ୍ତେ ପୋଲିସ ଜାଲରେ ପଡ଼ିଛନ୍ତି । କିନ୍ତୁ ହତ୍ୟା ଷଡ଼ଯନ୍ତ୍ର ସହ ବିକ୍ରମ ପଣ୍ଡାଙ୍କୁ କିପରି କୋର୍ଟରେ ପ୍ରମାଣିତ କରିପାରୁଛି ପୋଲିସ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ଓକିଲମାନେ କିନ୍ତୁ ବିକ୍ରମ ପଣ୍ଡାଙ୍କ ନିର୍ଦୋଷ ପାଇଁ ଯୁକ୍ତିକରିବେ । ତେବେ ସରକାରୀ ଓକିଲ କି ବଳିଷ୍ଟ ପ୍ରମାଣ ଦେବେ ତାହା ଜାମିନ ଆବେଦନ ବେଳେ ଜଣାପଡ଼ିବ ।

 

 

Tags: pitabas panda murder case
Share197Tweet123
M M

M M

ଆଜିର ପାଗ

Bhubaneswar
March 12, 2026, 9:33 PM
 

S
Mainly clear
26°C
3.1 m/s
Apparent: 29°C
Pressure: 1009 mb
Humidity: 87%
Winds: 3.1 m/s S
Windgusts: 9.5 m/s
UV-Index: 0
Precip.: 0mm /3% / Rain
Sunrise: 5:57 AM
Sunset: 5:54 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom