ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

by newsroom MAY-16-2026 9:16 AM IST in ଦେଶ ବିଦେଶ

ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି । ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ ଛୁଇଁଛି ମୌସୁମୀ। ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ, ମୌସୁମୀ କେରଳ ଉପକୂଳ ଆଡକୁ ଗତି କରିବ। IMD ଅନୁଯାୟୀ, ଏହା ଜୁନ ୧ ସୁଦ୍ଧା କେରଳରେ ପହଞ୍ଚିବା ଆଶା କରାଯାଉଛି। ସାଧାରଣତଃ ଏହି ଯାତ୍ରା ପ୍ରାୟ ଦୁଇ ସପ୍ତାହ ସମୟ ନେଇଥାଏ। ଏଥର ‘ଲା ନିନା’ (La Nina) ଭଳି ବିଶ୍ୱସ୍ତରୀୟ ପାଗ ପରିବର୍ତ୍ତନ ଯୋଗୁ, ଭଲ ବର୍ଷା ଆଶା କରାଯାଉଛି। ଭାରତୀୟ ଅର୍ଥନୀତି ଏବଂ ଖାଦ୍ୟ ମୂଲ୍ୟ ପାଇଁ ଏକ ଭଲ ମୌସୁମୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କେରଳରେ କେବେ ହେବ ଆଗମନ?

ଆଣ୍ଡାମନରେ ମୌସୁମୀର ଅଗ୍ରଗତି ପରେ ଏହା ଭାରତର ମୁଖ୍ୟ ଭୂଭାଗ କେରଳ ଅଭିମୁଖେ ଅଗ୍ରସର ହେବ। ଚଳିତ ବର୍ଷ ମେ’ ୨୬ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପୂର୍ବାନୁମାନ କରାଯାଇଛି। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ କେରଳରେ ପହଞ୍ଚିଥାଏ, ମାତ୍ର ଏଥର ଏହା କିଛି ଦିନ ଆଗରୁ ଆସୁଥିବାର ସଙ୍କେତ ମିଳିଛି।

କେମିତି ହେଲା ଅନୁକୂଳ ପାଗ?

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ସୁଦୃଶ୍ୟ ଲଘୁଚାପ ବଳୟ ଏବଂ ବାୟୁମଣ୍ଡଳୀୟ ଚକ୍ରବାତ ପ୍ରକ୍ରିୟା ଯୋଗୁଁ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ସହାୟକ ହେଉଛି। ଏହାର ପ୍ରଭାବରେ ଆଣ୍ଡାମନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଛି ମୌସୁମୀ ବାୟୁ ଏହି ପ୍ରାକ୍-ମୌସୁମୀ ବାୟୁ ପ୍ରଭାବରେ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇଛି।