• Latest
  • Trending
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

Dec-23-2025 03:30 PM IST
ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

May-13-2026 09:42 AM IST
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

May-13-2026 09:22 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

by M M
Dec-23-2025 03:30 PM IST
in ରାଜ୍ୟ
0
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ
491
SHARES
1.4k
VIEWS
Share on FacebookShare on Twitter

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି କରିଛି। କ୍ଷୁଦ୍ର ଜମାକାରୀମାମାନେ ଏହାର ସୁଯୋଗ ନେବା ସହିତ ସମସ୍ତେ ଆବେଦନ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ସରକାର ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ଲାଗି ମନ ସ୍ଥିର କରିଛନ୍ତି। ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନେ ପର୍ଯ୍ୟାୟକ୍ରମେ ଆବେଦନ କଲେ ଅର୍ଥ ଫେରିପାଇବେ। ଲୋକଙ୍କ ସମସ୍ୟା ସମାଧାନ କରିବା ଦାୟିତ୍ୱ ମିଳିଛି, ତାହା ଆମେ ପର୍ଯ୍ୟାୟକ୍ରମେ କରିବୁ। ପୂର୍ବ ସରକାର ସମୟରେ ଚିଟ୍‌ଫଣ୍ଡ କେଳେଙ୍କାରୀ ହେଲା। ସେହି ସମୟରେ ସିବିଆଇ ତଦନ୍ତ ହୋଇ ଏଥିରେ ସମ୍ପୃକ୍ତ ଅନେକଙ୍କୁ ଗିରଫ କରାଗଲା। ହେଲେ ପୂର୍ବ ସରକାର ଟଙ୍କା ଫେରାଇବା କଥା, ସେମାନେ ତାହା ନ କରିବାରୁ ଏହି କାର୍ଯ୍ୟ ଭାଜପା ସରକାର କରୁଛି ବୋଲି ସେ କହିଛନ୍ତି।
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଯେଉଁମାନେ ୧୦ ହଜାର ଟଙ୍କା ତଳକୁ ଜମା କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାର ପ୍ରକ୍ରିୟା ସରକାରଙ୍କ ତରଫରୁ ଆରମ୍ଭ ହୋଇଛି। ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଚିହ୍ନଟ କରାଯାଇଛି। ନିର୍ବାଚନ ସମୟରେ ଏନେଇ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପାଳନ କରିବା ଆରମ୍ଭ ହୋଇଛି। ବହୁତ ଲୋକ ପୂର୍ବରୁ ପାଇଗଲେଣି। ଏଥର ଅନେକ ସ୍ବଳ୍ପ ଜମାକାରୀ ପାଇଯିବେ। ପର୍ଯ୍ୟାୟକ୍ରମେ ସବୁ ପ୍ରକ୍ରିୟା ଦ୍ରୁତଗତିରେ କରାଯାଉଛି।

ଅନ୍ୟପଟେ ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିବ। ତଦନ୍ତ କମିଶନ ସୁପାରିସ କରିଥିବା ଏବଂ ଟଙ୍କା ଫେରସ୍ତ ପାଇ ନ ଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ୍‌ ଯେଉଁମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇ ନ ଥିବା ଜମାକାରୀମାନେ ମଧ୍ୟ ଉପକୃତ ହେବେ। ଜମାକାରୀମାନେ ଆବଶ୍ୟକ କାଗଜପତ୍ର ସହିତ ଆର୍‌ଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ଭିତରେ ସେମାନଙ୍କ ଜମାରାଶି ଫେରିପାଇବେ। ଯଦି କୌଣସି ଜମାକାରୀ ଅଧିକ ତଥ୍ୟ ସରକାରଙ୍କ ତରଫରୁ ଜାଣିବାକୁ ଚାହାନ୍ତି ତେବେ ଜାରି କରାଯାଇଥିବା ୦୬୭୪-୨୩୯୫୧୫୩ରେ ଯୋଗାଯୋଗ ମଧ୍ୟ କରିପାରିବେ। ନିୟମ ମୁତାବକ ଜମାକାରୀମାନେ ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ୍‌, ପାନ୍‌ କାର୍ଡ ଇତ୍ୟାଦି ଦାଖଲ କରିପାରିବେ। ମୂଳ ଜମା ରସିଦ ଦାଖଲ କରିବେ। ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦାଖଲ କରିବେ। ଜିଲା ସରକାରୀ ଓ୍ବେବସାଇଟ୍‌ରେ ସରକାରଙ୍କ ପକ୍ଷରୁ ଜମାକାରୀଙ୍କ ତାଲିକା ରହିଛି।
ଏନେଇ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ କହିଛନ୍ତି, ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଯେଉଁ ବିଜ୍ଞାପନ ଦେଇ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ବନ୍ଦ ଥିଲା ତାକୁ ପୁନର୍ବାର ଆରମ୍ଭ କରିଥିବାରୁ ସରକାରଙ୍କୁ ସାଧୁବାଦ। ହେଲେ ଭାଜପା ସରକାରକୁ ଆସିବାର ୧୮ ମାସ ଭିତରେ ରାଜ୍ୟର ସମସ୍ତ କ୍ଷୁଦ୍ର ଓ ବୃହତ୍‌ ଜମାକାରୀଙ୍କୁ ତହସିଲଦାରମାନଙ୍କ ଜରିଆରେ ଚିହ୍ନଟ କରି ଟଙ୍କା ଫେରସ୍ତ କରିବ ବୋଲି ନିର୍ବାଚନ ସମୟରେ ପ୍ରକାଶିତ ଘୋଷଣା ପତ୍ରରେ ଉଲ୍ଲେଖ କରିଥିଲା। ସେମାନେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ, ସମସ୍ତ କ୍ଷୁଦ୍ର ଓ ବୃହତ ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ନ କଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 10:18 AM
 
S
Clear sky
32°C
2.1 m/s
Apparent: 39°C
Pressure: 1006 mb
Humidity: 59%
Winds: 2.1 m/s S
Windgusts: 11.3 m/s
UV-Index: 8
Precip.: 0mm /27% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom