• Latest
  • Trending
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

Aug-03-2025 11:05 AM IST
ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

May-13-2026 09:42 AM IST
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

May-13-2026 09:22 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

by M M
Aug-03-2025 11:05 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା
491
SHARES
1.4k
VIEWS
Share on FacebookShare on Twitter
ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ ଦାୟୀ କରିବା ସହିତ ରାଜ୍ୟରେ ଛାତ୍ରୀ ଓ ନାରୀଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛି। ରାଜ୍ୟ ସରକାର ଅପରାଧୀ ମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଯେଉଁଥିପାଇଁ ଓଡିଶା ଆଜି ଅପରାଧୀ ମାନଙ୍କ ଚରାଭୂଇଁ ପାଲଟିଛି। ଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ଝିଅ ମାନଙ୍କୁ ଜାଳିଦେଇ ହତ୍ୟା କରିବା ଏକ ନୂଆ ଅପରାଧ ସୃଷ୍ଟି ହୋଇଛି ବୋଲି ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ଟୁକୁନି ସାହୁ ଓ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଯିବା ପରେ ମଧ୍ୟ ଏଥିରେ ସମ୍ପୃକ୍ତ ଅପରାଧୀ ମାନେ ଧରାନପଡିବା ପୋଲିସ ପ୍ରଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ବଳଙ୍ଗା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାରୁ,ଏହି ମାମଲାରେ ତାଙ୍କର କିଛି ଘନିଷ୍ଠ ସହଯୋଗୀ ତଥା ବିଜେପି କର୍ମୀଙ୍କ ସମ୍ପୃକ୍ତି ରହିଛି ବୋଲି ଜନସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ଅପରାଧୀ ମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହିଁ। ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ମନ୍ତବ୍ୟ ରଖିବା ଘଟଣାକୁ ଅଧିକ ସନ୍ଦେହ ଘେରକୁ ନେଇଛି। ଏହାଛଡା, ପୂର୍ବରୁ ଘଟିଯାଇଥିବା ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣା ଓଡିଶା ପାଇଁ ଦେଶ ବିଦେଶରେ ଲଜ୍ଜ୍ୟା ଓ ନିନ୍ଦା ଆଣିଛି। ରାଜ୍ୟରେ, ଛାତ୍ରୀ, ନାରୀ ଅସୁରକ୍ଷିତ ହୋଇ ପଡିଛନ୍ତି, କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି।
ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ଗତ ଏକ ବର୍ଷର ବିଜେପି ଶାସନରେ, ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ଆଜି ରାଜ୍ୟର ପ୍ରତ୍ୟେକ ମା ମାନେ ନିଜ ଝିଅ ମାନଙ୍କୁ ପଦାକୁ ଛାଡିବାକୁ ଭୟ କରୁଛନ୍ତି। ଦୁଇ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଗଲା, ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ତାଙ୍କ ପରିବାରକୁ କୋଡିଏ ଲକ୍ଷ ଟଙ୍କା ଦେଇ ତାଙ୍କ ଉପରେ ଚାପ ପକେଇ ପରିବାରର ମୁହଁ ବନ୍ଦ କରୁଛନ୍ତି ଓ ତାଙ୍କ ଠାରୁ ରାଜନୀତି କରାନଯାଉ ବୋଲି ମନ୍ତବ୍ୟ ଦିଆଉଛନ୍ତି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ଓ ରାଜ୍ୟର ନାରୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବିଜୁ ଜନତା ଦଳ ଲଢେଇ ଜାରି ରଖିବ ବୋଲି ଶ୍ରୀମତୀ ସାହୁ କହିଥିଲେ।
ଡ. ସାମନ୍ତସିଂହାର କହିଥିଲେ, ରାଜ୍ୟରେ ଗୋଟିଏ ମାସ ଭିତରେ ଘଟିଥିବା ଦୁଇ ଦୁଇଟି ଘଟଣାକୁ ଆତ୍ମହତ୍ୟା କୁହାଯାଉଥିଲେ ବି, ବାସ୍ତବରେ ଏହା ହତ୍ୟା। ଯେଉଁଭଳି ଦୁର୍ଭାଗ୍ୟପୂର୍ଣ୍ଣ ଭାଵେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ସରକାରୀ ବ୍ୟବସ୍ଥା ଓ ପୋଲିସ ପ୍ରଶାସନର ଭୂମିକା ନିଶ୍ଚିତ ଭାବେ ସନ୍ଦେହ ଘେରରେ ରହିଛି। ରାଜ୍ୟ ବିଜେପି ସରକାର ଏକ ନାରୀହନ୍ତା ସରକାରରେ ପରିଣତ ହୋଇଛି। ଏଫଏମ କଲେଜ ଘଟଣାରେ, ଯେଉଁ ପୋଲିସ ଅଧିକାରୀମାନେ କାର୍ୟ୍ୟାନୁଷ୍ଠାନ ନେଇ ନଥିଲେ, ସେମାନେ ଏବେବି ନିଜ ସ୍ଥାନରେ ସୁରକ୍ଷିତ ଅଛନ୍ତି। ସେହିପରି, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲେ ମଧ୍ୟ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲା ନାହିଁ। ବିଜେପି ନେତା ଓ କର୍ମୀମାନେ ସନ୍ଦିଗ୍ଧ ଅପରାଧୀ ଥିଲେ, ସେମାନଙ୍କୁ ସାତଖୁନ ମାଫ, ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ନାହିଁ। ରାଜ୍ୟ ବିଜେପି ସରକାର ଏହି ବାର୍ତ୍ତା ଦେଉଛି। ବଳଙ୍ଗା ଘଟଣାରେ, ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ଏକ ନୂଆ ଥିଓରୀ ଆଣିଛି। ପୋଲିସର ଏହି ନୂଆ ଥିଓରୀ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରୁ ନାହିଁ। ଜଳ ଜଳ ହୋଇ ଦିଶୁଛି ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ଓ ତାର ରାଜନୈତିକ ଆକା ମାନଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଏକ ନୂଆ ଥିଓରୀ ଆଣିଛି। ଘଟଣା ଘଟିବା ପରେ, ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସ୍ୱାମୀ ପୀଡ଼ିତାଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଅଜ୍ଞାତବାସରେ ରଖିଥିଲେ। ପୀଡ଼ିତାଙ୍କ ମୃତ୍ୟୁ ପରେ, ପୀଡିତାଙ୍କ ପିତାଙ୍କ ମୁହଁରୁ ରାଜନୀତି କରାନଯାଉ ବୋଲି କୁହାଯାଇଛନ୍ତି। ଏହି ସବୁ ଘଟଣା ସମଗ୍ର ପ୍ରସଙ୍ଗକୁ ଅଧିକ ସନ୍ଦେହ ଘେରକୁ ଠେଲିଦେଇଛି। ପ୍ରକୃତ ଅପରାଧୀଙ୍କୁ ଖସାଇ ଦେବା ପାଇଁ, ପୀଡିତା ଯେତେବେଳେ ସତ୍ୟ ବୟାନ ଦେବା ପାଇଁ ଆଉ ଏ ଦୁନିଆରେ ନାହାନ୍ତି, ସେତିକିବେଳେ ପୋଲିସ ଆତ୍ମହତ୍ୟା ଥିଓରୀ ଉପସ୍ଥାପନା କରୁଛି, ଯାହା ଆଦୌ ଗ୍ରହଣୀୟ ନୁହେଁ।
Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 9:49 AM
 

S
Clear sky
32°C
2.1 m/s
Apparent: 32°C
Pressure: 1006 mb
Humidity: 85%
Winds: 2.1 m/s S
Windgusts: 11.3 m/s
UV-Index: 0
Precip.: 0mm /27% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom