ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟେଷ୍ଟ

by newsroom NOV-22-2025 11:13 AM IST in ଖେଳ

ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟେଷ୍ଟ ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଟେଷ୍ଟର ପ୍ରଥମ ଦିନ। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଖେଳୁଥିବା ରିଷଭ ପନ୍ତ କହିଛନ୍ତି ଯେ ପ୍ରଥମେ ବୋଲିଂ କରିବା ଏଠାରେ ଏକ ଖରାପ ବିକଳ୍ପ ନୁହେଁ।ଏହି ଟେଷ୍ଟରେ ମଧ୍ୟ ଭାରତର ଟସ୍‌ ହାରିବା ଧାରା ଜାରି ରହିଛି।

ଭାରତର ପ୍ଲେଇଂ ୧୧:
ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରିଷଭ ପନ୍ତ (ଅଧିନାୟକ ଏବଂ ଉଇକେଟ୍‌କିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରିତ ବୁମରା, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକାର ପ୍ଲେଇଂ ୧୧:
ଏଡେନ ମାର୍କ୍ରମ, ରିଆନ ରିକେଲଟନ, ୱାଇଆନ ମୁଲଡର, ଟୋନି ଡି ଜୋରଜି, ଟେମ୍ବା ବାବମା (ଅଧିନାୟକ), ଟ୍ରିଷ୍ଟାନ ଷ୍ଟବ୍ସ, କାଇଲ ଭେରେନ ( ଉଇକେଟ୍‌ କିପର), ମାର୍କୋ ଜାନସେନ, ସେନୁରାନ ମୁଥୁସାମି, ସାଇମନ ହାର୍ମର, କେଶବ ମହାରାଜ।