ଯୁକ୍ତରାଷ୍ଟ୍ର ଓ ଇରାନ୍ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ଘୋଷଣା ହୋଇଥିବା ସମୟରେ ମଧ୍ୟ ଇସ୍ରାଏଲ୍ ଲେବାନନ୍ରେ ତୀବ୍ର ଆକ୍ରମଣ ଜାରି ରଖିଛି। ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍ କରି ଲେବାନନ୍ରେ ଆକ୍ରମଣ ‘କମାଇବା’କୁ ଅନୁରୋଧ କରିଥିବା ସତ୍ତ୍ୱେ ଇସ୍ରାଏଲ୍ ସେନା ବୁଧବାରର ଲେବାନନ୍ରେ ବଡ଼ ହମଲା କରିଛି ।
ଇସ୍ରାଏଲ୍ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍) କହିଛି ଯେ, ମାତ୍ର ୧୦ ମିନିଟ୍ ମଧ୍ୟରେ ଲେବାନନ୍ର ଶତାଧିକ ସ୍ଥାନରେ ଆକ୍ରମଣ କରାଯାଇଛି। ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ କମ୍ ସେ କମ୍ ୧୮୨ ଜଣ ନିହତ ହୋଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ୍ ଇରାନ୍ ସହ ଆଲୋଚନା ପାଇଁ ଓଆଇସି ଯାତ୍ରା କରୁଛନ୍ତି।
ଭାନ୍ସ୍ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର-ଇରାନ୍ ଯୁଦ୍ଧବିରାମରେ ଲେବାନନ୍ ଅନ୍ତର୍ଭୁକ୍ତ ନୁହେଁ ଏବଂ ଇରାନ୍ ଏହାକୁ ନେଇ ଆଲୋଚନା ଭଙ୍ଗ କଲେ ତାହା ତାଙ୍କ ପାଇଁ ‘ମୂର୍ଖାମି’ ହେବ। କିନ୍ତୁ ଇରାନ୍ ଏ ବିଷୟରେ ଏ ଯାଏଁ କୌଣସି ପ୍ରତିକ୍ରିୟା ଦେଇନାହିଁ।ଟ୍ରମ୍ପ ପ୍ରଶାସନ କହିଛି ଯେ, ଆଲୋଚନା ସଫଳ କରିବା ପାଇଁ ଇସ୍ରାଏଲ୍ ଲେବାନନ୍ରେ କିଛି ପରିମାଣରେ ସଂଯମ ଦେଖାଇବାକୁ ରାଜି ହୋଇଛି, କିନ୍ତୁ ଆକ୍ରମଣ ପୁରା ବନ୍ଦ ହୋଇନାହିଁ। ଏହି ଘଟଣା ଯୁକ୍ତରାଷ୍ଟ୍ର-ଇରାନ୍ ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।





/odishatv/media/post_attachments/uploadimage/library/16_9/16_9_0/recent_photo_1743954136.webp?w=640&resize=640,360&ssl=1)





