ଯୁକ୍ତରାଷ୍ଟ୍ର ନୌସେନାର ସବୁଠାରୁ ମୂଲ୍ୟବାନ୍ ସର୍ବେକ୍ଷଣ ଡ୍ରୋନ୍ MQ-4C Triton ହର୍ମୁଜ୍ ପ୍ରଣାଳୀ ଉପରେ ଅଦୃଶ୍ୟ ହୋଇଯାଇଛି। ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିଛି।
ରିପୋର୍ଟ ଅନୁଯାୟୀ, ଡ୍ରୋନ୍ଟି ପର୍ସିୟାନ୍ ଗଲ୍ଫ୍ ଓ ହର୍ମୁଜ୍ ପ୍ରଣାଳୀରେ ପ୍ରାୟ ତିନି ଘଣ୍ଟା ଧରି ସର୍ବେକ୍ଷଣ କରି ଫେରୁଥିଲା। ଏହା ଇଟାଲୀର ନୌସେନା ବେସ୍ ସିଗୋନେଲାକୁ ଫେରୁଥିବା ସମୟରେ ହଠାତ୍ ଜରୁରୀ ସଙ୍କେତ (କୋଡ୍ ୭୭୦୦) ପ୍ରକାଶ କରିଥିଲା ଏବଂ ଦ୍ରୁତ ଗତିରେ ତଳକୁ ଖସିଥିଲା।
ଏହା ପରେ ଫ୍ଲାଇଟ୍ ଟ୍ରାକିଙ୍ଗ୍ ସିଷ୍ଟମ୍ରୁ ଡ୍ରୋନ୍ ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇଯାଇଛି।MQ-4C Triton ହେଉଛି ଯୁକ୍ତରାଷ୍ଟ୍ର ନୌସେନାର ଅତ୍ୟାଧୁନିକ ତଥା ଅଧିକ ଉଚ୍ଚତାର ସର୍ବେକ୍ଷଣ ଡ୍ରୋନ୍, ଯାହାର ମୂଲ୍ୟ ପ୍ରାୟ ୨୦୦ ମିଲିୟନ୍ ଡଲାର୍। ଏହା ଦୀର୍ଘ ସମୟ ଧରି ସାମୁଦ୍ରିକ ଓ ସ୍ଥଳଭାଗର ନଜର ରଖିବାରେ ସକ୍ଷମ।
ଘଟଣାଟି ଯୁକ୍ତରାଷ୍ଟ୍ର ଓ ଇରାନ୍ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ଘୋଷଣା ପରେ ଘଟିଛି। ଡ୍ରୋନ୍ ଇରାନ୍ ଉପକୂଳ ନିକଟରେ ଥିବାରୁ ଏହାକୁ ଇରାନ୍ ଦ୍ୱାରା ଗୁଳି କରି ଖସେଇଦିଆଯାଇଥିବା ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି। ତେବେ ଯୁକ୍ତରାଷ୍ଟ୍ର ନୌସେନା ଏ ବିଷୟରେ ଏ ଯାଏଁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହିଁ।ଏହି ଘଟଣା ହର୍ମୁଜ୍ ପ୍ରଣାଳୀର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।





/odishatv/media/post_attachments/uploadimage/library/16_9/16_9_0/recent_photo_1743954136.webp?w=640&resize=640,360&ssl=1)





