ଆତ୍ମଘୋଷିତ ‘ସାରଥୀ ବାବା’ ଓରଫ ସନ୍ତୋଷ ରାଉଳ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ଏକ ବରଫାବୃତ୍ତ ପର୍ବତ ଅଞ୍ଚଳରେ ଧ୍ୟାନମୁଦ୍ରାରେ ବସିଥିବା ତାଙ୍କର ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋ ଦେଖି ସାଧାରଣ ଲୋକେ ନାନା ପ୍ରଶ୍ନ କରୁଛନ୍ତି – ସାରଥୀ ବାସ୍ତବରେ କେଉଁଠି ଅଛନ୍ତି? ସେ ହିମାଳୟ କିମ୍ବା ବିଦେଶର କୌଣସି ବରଫାବୃତ୍ତ ଅଞ୍ଚଳରେ ତପସ୍ୟା କରୁଛନ୍ତି ନା ନୂଆ ଅନୁଗାମୀ ସୃଷ୍ଟି କରିବା ପାଇଁ ଏହା ଏକ ପ୍ରଚାର ?
ଭାଇରାଲ୍ ଫଟୋରେ ସାରଥୀ ବାବାଙ୍କୁ ଧ୍ୟାନରତ ଅବସ୍ଥାରେ ଦେଖାଯାଉଛି। ଚାରିପାଖରେ ବରଫ ଏବଂ ପର୍ବତ ଶୃଙ୍ଖଳା ଥିବାରୁ ଏହା ହିମାଳୟ କିମ୍ବା କୌଣସି ଶୀତଳ ବିଦେଶୀ ଅଞ୍ଚଳ ବୋଲି ଅନୁମାନ କରାଯାଉଛି। ଫଟୋର ସ୍ଥାନ ଏବଂ ସମୟ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହା ପୁରୁଣା ଫଟୋ କି ନୂଆ ଫଟୋ ତାହା ମଧ୍ୟ ଜଣାପଡ଼ିନାହିଁ। ସନ୍ତୋଷ ରାଉଳ ଓରଫ ସାରଥୀ ବାବା ଓଡ଼ିଶାର ଜଣେ ବିବାଦୀୟ ବ୍ୟକ୍ତିତ୍ୱ। ତାଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି ଏବଂ ସେ ପୂର୍ବରୁ ଗିରଫ ହୋଇ ଜେଲ୍ ଯାଇଥିଲେ।
କିନ୍ତୁ ତାଙ୍କର ଅନୁଗାମୀମାନେ ଏପର୍ଯ୍ୟନ୍ତ ତାଙ୍କୁ ସମର୍ଥନ କରୁଛନ୍ତି ଏବଂ ବିଭିନ୍ନ ସ୍ଥାନରେ ସତସଙ୍ଗ ଆୟୋଜନ କରୁଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଶେୟାର ହେବା ପରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କେହି କହୁଛନ୍ତି ଯେ ସାରଥୀ ବାବା ନୂଆ ଲୀଳା ଆରମ୍ଭ କରିଛନ୍ତି ଏବଂ ଅନୁଗାମୀ ବଢ଼ାଇବା ପାଇଁ ଏହା ଏକ କୌଶଳ। ଆଉ କେହି କହୁଛନ୍ତି ଯେ ସେ ପ୍ରକୃତରେ ହିମାଳୟରେ ତପସ୍ୟା କରୁଛନ୍ତି।
ଏହି ଫଟୋର ବାସ୍ତବତା ଏବଂ ସ୍ଥାନ ସମ୍ପର୍କରେ କୌଣସି ନିଶ୍ଚିତ ସୂଚନା ମିଳିନାହିଁ। ସାରଥୀ ବାବାଙ୍କ ପୂର୍ବ କାର୍ଯ୍ୟକଳାପ ଏବଂ ବିବାଦ ପରେ ଏହି ନୂଆ ଫଟୋ ପୁଣି ଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ତାଙ୍କର ଅନୁଗାମୀମାନେ ଏହାକୁ ତାଙ୍କର ଆଧ୍ୟାତ୍ମିକ ଯାତ୍ରା ବୋଲି ବର୍ଣ୍ଣନା କରୁଛନ୍ତି । ତେବେ ସାଧାରଣ ଲୋକେ ଏହାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି।









/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)
