ଜେଲରେ ରଖି ପଇସା କାଇଁ ଖର୍ଚ୍ଚ କରିବୁ, ତୁରନ୍ତ ପଳାଅ… ବାଂଲାଦେଶୀଙ୍କୁ ଖୋଲା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

by newsroom MAY-26-2026 4:04 PM IST in ଦେଶ ବିଦେଶ

ଆକ୍ସନ ମୁଡରେ ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାର ରାଜ୍ୟର ସମସ୍ତ ଜିଲ୍ଲାଅଧିକାରୀଙ୍କୁ ଲିଖିତ ନିର୍ଦ୍ଦେଶ ଏବଂ ଗାଇଡଲାଇନ ଜାରି କରିଛନ୍ତି । ସମସ୍ତ ଜିଲ୍ଲାଅଧିକାରୀ ନିଜ ନିଜ ଅଞ୍ଚଳରେ ହେଲ୍ଡିଂ ସେଣ୍ଟ ନିର୍ମାଣ କରି ଉଚିତ ଜାଗା ବାଛିବା ଏବଂ କାର୍ଯ୍ୟାନୁଷ୍ଠାନ ତୁରନ୍ତ କରିବାକୁ କହିଛନ୍ତି ।

ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ବାଂଲାଦେଶୀଙ୍କୁ ତାଙ୍କ ଦେଶକୁ ପଠାଇବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଶୀଘ୍ର ତୁମ ଦେଶକୁ ଯାଅ । ଆମେ ତୁମକୁ ଜେଲରେ ରଖି ଅଯଥା ଖାଇବାରେ ଖର୍ଚ୍ଚ କରିପାରିବୁ ନାହିଁ । ଆମେ ପୋଲିସକୁ ନିର୍ଦେ୍ଦଶ ଦେଇଛୁ ସିଧା ସେମାନଙ୍କୁ ବଂଲାଦେଶ ପଠାଇବା ପାଇଁ ବ୍ୟବସ୍ଥା କରାଯାଉ । ଅବୈଧ ଭାବେ ରହିଥିବା ବାଂଲାଦେଶୀ ଚିହ୍ନଟ ହେବା ପରେ ସେମାନଙ୍କ ହୋଲ୍ଡିଂ ସେଣ୍ଟରରେ ରଖିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶୁଭେନ୍ଦୁ ସରକାର ଏବେ ରାଜ୍ୟରେ ଏବେ ତିନି ମନ୍ତ୍ର ଦେଇଛନ୍ତି । ଡିଟେକ୍ଟ ,ଡିଟେନ୍ ଏବଂ ଡିଲିଟ୍ । ଏମିତି ମନ୍ତ୍ର ଯାହା ଦ୍ୱାରା ବେଆଇନ୍ ବାଂଲାଦେଶୀଙ୍କୁ ବର୍ଡର ପାର ପଠାଯିବ । ଏହା ଅନୁସାରେ ପ୍ରଥମେ ଚିହ୍ନଟ କରାଯିବ । ନକଲି ବୋଲି ଜଣା ପଡିବା ପରେ ଅଟକ ରଖାଯିବ । ଆଉ ଏହାପରେ ବାଦ୍ ଦିଆଯିବ । ଏଥିପାଇଁ ସ୍ବତନ୍ତ୍ର ‘ହୋଲ୍ଡିଂ ସେଣ୍ଟର ପ୍ରତିଷ୍ଠା କରାଯିବ । ଏହି କେନ୍ଦ୍ରଗୁଡ଼ିକୁ ବେଆଇନ ପ୍ରବାସୀ ଏବଂ ରାଜ୍ୟ ଜେଲରୁ ମୁକ୍ତ ହୋଇଥିବା ବିଦେଶୀ କଏଦୀଙ୍କୁ ରଖିବା ପାଇଁ ବ୍ୟବହାର କରାଯିବ । ଏହି ସେଣ୍ଟର ମଧ୍ୟ ଏକ ପ୍ରକାର ଜେଲ୍ ଭଳି ରହିବ । ଏଠାରେ ସନ୍ଦିଗ୍ଧଙ୍କୁ ୩୦ ଦିନ ପାଇଁ ରଖାଯିବ । ଏହାପରେ ସେମାନଙ୍କୁ ବିତାଡ଼ିତ କରାଯିବ ।