• Latest
  • Trending
ପଛୁଆ ବର୍ଗଙ୍କ ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ

ପଛୁଆ ବର୍ଗଙ୍କ ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ

Aug-04-2024 07:24 PM IST
ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

Dec-04-2025 03:47 PM IST

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

Dec-04-2025 01:31 PM IST
ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

Dec-04-2025 01:22 PM IST
ବାବ୍ରି ମସଜିଦ୍‌ ନିର୍ମାଣ ଘୋଷଣା କରିଥିଲେ, ଟିଏମସି  ହୁମାୟୁଁ କବୀରଙ୍କୁ ଦଳରୁ ବହିଷ୍କୃତ କଲା

ବାବ୍ରି ମସଜିଦ୍‌ ନିର୍ମାଣ ଘୋଷଣା କରିଥିଲେ, ଟିଏମସି ହୁମାୟୁଁ କବୀରଙ୍କୁ ଦଳରୁ ବହିଷ୍କୃତ କଲା

Dec-04-2025 01:09 PM IST

କ’ଣ ରହିଛି ଆଜିର ରାଶିଫଳ

Dec-04-2025 12:25 PM IST
ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

Dec-03-2025 06:31 PM IST
ବିରାଟଙ୍କ ୫୩ତମ ଶତକ, ରୁତୁରାଜଙ୍କ ପ୍ରଥମ ଶତକ

ବିରାଟଙ୍କ ୫୩ତମ ଶତକ, ରୁତୁରାଜଙ୍କ ପ୍ରଥମ ଶତକ

Dec-03-2025 06:03 PM IST
ବିବାଦ ମଧ୍ୟରେ ସରକାରୀ ଆପ୍‌ ସଞ୍ଚାର ସାଥୀ ରେକର୍ଡ ଡାଉନଲୋଡ୍

ବିବାଦ ମଧ୍ୟରେ ସରକାରୀ ଆପ୍‌ ସଞ୍ଚାର ସାଥୀ ରେକର୍ଡ ଡାଉନଲୋଡ୍

Dec-03-2025 03:31 PM IST
‘ଦଣ୍ଡକ୍ରମ ପାରାୟଣ’ପଢ଼ି ଚର୍ଚ୍ଚାରେ , କିଏ ଏହି ୧୯ ବର୍ଷର ମହାରାଷ୍ଟ୍ର ଯୁବକ ଦେବବ୍ରତ ରେଖେ ?

‘ଦଣ୍ଡକ୍ରମ ପାରାୟଣ’ପଢ଼ି ଚର୍ଚ୍ଚାରେ , କିଏ ଏହି ୧୯ ବର୍ଷର ମହାରାଷ୍ଟ୍ର ଯୁବକ ଦେବବ୍ରତ ରେଖେ ?

Dec-03-2025 02:23 PM IST
ପ୍ରଫୁଲ୍ଲଙ୍କ ପୁଅ ଲୁଲୁଙ୍କ ‘ଗେମ୍ ପ୍ଲାନ୍’ରେ ୪ ବ୍ଲକ୍ ଅଧ୍ୟକ୍ଷ ବିଜେପି ମୁହାଁ

ପ୍ରଫୁଲ୍ଲଙ୍କ ପୁଅ ଲୁଲୁଙ୍କ ‘ଗେମ୍ ପ୍ଲାନ୍’ରେ ୪ ବ୍ଲକ୍ ଅଧ୍ୟକ୍ଷ ବିଜେପି ମୁହାଁ

Dec-03-2025 10:58 AM IST
  • About
  • Careers
  • Contact Us
Friday, December 5, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ପଛୁଆ ବର୍ଗଙ୍କ ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ

by M M
Aug-04-2024 07:24 PM IST
in Uncategorized
0
ପଛୁଆ ବର୍ଗଙ୍କ ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: ସମାଜରେ ହରିଜନ ଓ ଆଦିବାସୀମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ । କାରଣ ସେମାନେ ପଛୁଆ ବର୍ଗରେ ଅଛନ୍ତି। ପଛୁଆ ବର୍ଗରେ ଥିବା ହେତୁ ଆମେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସମାନତା ହାସଲ କରିପାରିନାହୁଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଆମ ଦେଶର ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ପଛୁଆ ବର୍ଗର ଲୋକ ଅଟନ୍ତି। ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କାର୍ଯ୍ୟକ୍ରମରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏସସି ଏସଟିଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ ହେଉ। ନୂଆ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସର୍ବାଙ୍ଗୀନ ଉନ୍ନତି ଲାଗି କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଓଡ଼ିଶା ଆହୁରି ଆଗକୁ ବଢ଼ିବ ।

ଭୁବନେଶ୍ୱରର ଜୟଦେବ ଭବନଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ତଥା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଓଡ଼ିଶାବାସୀ ଏକଜୁଟ ହେବା ନିତ୍ୟାନ୍ତ ଆବଶ୍ୟକ । ସଂଗଠିତ ହୋଇ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କଲେ ବିଳମ୍ବରେ ହେଲେ ବି ସଫଳତା ନିଶ୍ଚିତ ମିଳିଥାଏ । ଗତ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । ଜନଜାତି ସଂପ୍ରଦାୟ ବିଜେପି ପ୍ରତି ଆସ୍ଥା ପ୍ରକଟ କରିବା କାରଣରୁ ଏଥର ସମୁଦାୟ ୩୩ ରୁ ୧୮ ବିଧାନସଭା ଏବଂ ୫ ରୁ ୪ ସାଂସଦ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଆଗାମୀ ଦିନରେ ଜନଜାତିଙ୍କ ବିଶ୍ୱାସଭାଜନ ହୋଇ ସମସ୍ତ ୩୩ ବିଧାନସଭା ଏବଂ ୫ ସାଂସଦ ଆସନ ଜୟଲାଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।
ଜନଜାତି ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଛି । ଆଦିବାସୀଙ୍କୁ କାର୍ଯ୍ୟକରିବାର ସୁଯୋଗ ବିଜେପି ହିଁ ଦେଇଛି । ଏହି ନେତାମାନେ ଆତ୍ମବିଶ୍ୱାସ ସହ ଦଳ ପାଇଁ କାର୍ଯ୍ୟ କରନ୍ତି । ଏଥିପାଇଁ ବିଜେପି ଦଳ ରାଷ୍ଟ୍ରବାଦୀ ଓ ସଂଗଠନରେ ଆଗୁଆ । ଆଦିବାସୀଙ୍କ ଉନ୍ନତି ପାଇଁ ୧୦୦ ଜଣ ଜନସଂଖ୍ୟା ଥିବା ଗାଁକୁ ମଧ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସଂଯୋଗ କରାଯିବା ସହ ଓଡ଼ିଶାର ୧୩ଟି ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ସୁନିଶ୍ଚିତ କରାଯାଇଛି । ପ୍ରତି ଅପହଂଚ ଗ୍ରାମ ପଂଚାୟତରେ ଜନଜାତି ଛାତ୍ରଛାତ୍ରୀ +୨ ଶିକ୍ଷା ମାଗଣାରେ ପାଇପାରିବା ଭଳି ଜନକଲ୍ୟାଣକାରୀ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଛି । ଯାହାକୁ ଗତ ୭୫ ବର୍ଷ ଶାସନରେ କଂଗ୍ରେସ ଓ ବିଜେଡି ସରକାର କରିପାରି ନ ଥିଲେ । ଦାରିଦ୍ରତାର କଷାଘାତରେ ଶିକ୍ଷା ଓ ସଚେତନତା ଅଭାବରୁ ଆଦିବାସୀ ଆଜି ପେଶୀ ହେଉଛନ୍ତି । ସେମାନଙ୍କ ବିକାଶ ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ବିଦ୍ୟାଳୟସ୍ତରରେ ଡ୍ରପଆଉଟ ହାର କମାଇବା ପାଇଁ “ମାଧୋ ସିଂ ହାତଖର୍ଚ୍ଚ ଯୋଜନା”ରେ ଚଳିତ ବଜେଟ୍‌ରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ବାବଦରେ ବାର୍ଷିକ ୫ହଜାର ଟଙ୍କା ଆର୍ôଥକ ବ୍ୟୟବରାଦ କରାଯାଇଛି । ରାଜ୍ୟର ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଏହି ଅବସରରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ କରିବାକୁ ହେଲେ ଜନଜାତିଙ୍କ ସମର୍ଥନ ନିହାତି ଆବଶ୍ୟକ । ତେଣୁ ବିଜେପିର ସଙ୍ଗଠନକୁ ଆହୁରୀ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ପାର୍ଟୀ ଗଠନରେ ଅନେକ କାର୍ଯ୍ୟକର୍ତାଙ୍କ ଭୁମିକା ରହିଛି ଏବଂ ସଫଳତାରେ ଜନଜାତି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ପୂର୍ବ ସରକାର ଭଳି ଓଡିଶାରେ ଅଫିସରରାଜ୍ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ଲୋକଙ୍କ ସରକାର ଗଠନ ହୋଇଛି । ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସମସ୍ତେ ଦଳମତ ନିର୍ବଶେଷରେ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଏଥି ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ଓ ସହାୟତା ରହିବ ବୋଲି ଶ୍ରୀ ଓରାମ କହିଛନ୍ତି ।
ବିଜେପି ସର୍ବଦା ଆଦିବାସୀମାନଙ୍କୁ ସମ୍ମାନିତ କରିଛି । ଓଡ଼ିଶାର ଜଣେ ଆଦିବାସୀ ମହିଳା ଆଜି ଦେଶର ରାଷ୍ଟ୍ରପତି । ଓଡ଼ିଶାରେ ବିଜେପିର ପ୍ରଥମ ସରକାରରେ ଆଦିବାସୀ ନେତା ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛି । ଏହି ସରକାରରେ ତିନି ଜଣ ଆଦିବାସୀ ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ବିଜେପି ସବୁବେଳେ ଆଦିବାସୀଙ୍କ କଲ୍ୟାଣ ପାଇଁ ଚିନ୍ତା ଓ କାର୍ଯ୍ୟ କରୁଥିବା ପାର୍ଟି ବୋଲି ଗଣଶିକ୍ଷାମନ୍ତ୍ରୀ ତଥା ଏସ୍‌ଟି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ମନ୍ତ୍ରୀ ଇଂ.ଗଣେଶ ରାମ ସିଂ ଖୁଂଟିଆ, ସାଂସଦ ଅନନ୍ତ ନାୟକ, ନବ ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମୋର୍ଚ୍ଚାର ଦାୟୀତ୍ୱ, କାର୍ଯ୍ୟ ସଂପାଦନା ଏବଂ ଭୂମିକା ସଂପର୍କରେ ମତ ରଖିଥିଲେ । ଏଥି ସହ ପେସା ଓ ଜଙ୍ଗଲ ଜମି ଅଧିକାର ଆଇନର କାର୍ଯ୍ୟକାରିତା, ଲଘୁ ବନ୍ୟଜାତଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଏବଂ ସରକାର ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ମତ ପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏସଟି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳୀରାମ ମାଝୀ, ଏସ୍‌ଟି ମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ମୋର୍ଚ୍ଚାର ରାଜ୍ୟ ସଭାପତି ଗୋବର୍ଦ୍ଧନ ଭୋଏ, ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାସଁଦାଙ୍କ ସମେତ ସମସ୍ତ ବିଧାୟକ ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
December 5, 2025, 4:29 AM
 

N
Clear sky
16°C
1 m/s
Apparent: 19°C
Pressure: 1017 mb
Humidity: 86%
Winds: 1 m/s N
Windgusts: 8.1 m/s
UV-Index: 0
Precip.: 0mm /0% / Rain
Sunrise: 6:08 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

December 4, 2025

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

December 4, 2025
ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

December 4, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom