• Latest
  • Trending
ସରକାରୀ ସମ୍ପତ୍ତିର ଦୁରୂପଯୋଗ କରିଛନ୍ତି ଜୟ ଢୋଲକିଆ :ବିଜେଡି

ସରକାରୀ ସମ୍ପତ୍ତିର ଦୁରୂପଯୋଗ କରିଛନ୍ତି ଜୟ ଢୋଲକିଆ :ବିଜେଡି

Nov-09-2025 02:29 PM IST
odisha.newsroom.in

ହର୍ମୁଜରେ ଭାରତୀୟ ଜାହାଜକୁ ଗୁଳିମାଡ଼ ପରେ ବାହାରକୁ ଆସିଲା ବିକଳ ଅଡିଓ…ଆପଣ ଆମକୁ ଅନୁମତି ଦେଇଛନ୍ତି, ପ୍ଲିଜ…

Apr-19-2026 12:41 PM IST
odisha.newsroom.in

ବଢ଼ିଲା ସରକାରୀ କର୍ମଚାରୀଙ୍କ DA, ଜାଣନ୍ତୁ ଥିଲା କେତେ, ହେଲା କେତେ

Apr-18-2026 04:39 PM IST
odisha.newsroom.in

ଆଜି ରାତିରେ ଦେଶବାସୀଙ୍କୁ କଣ କହିବେ ମୋଦି…? ସମସ୍ତଙ୍କ ନଜର

Apr-18-2026 04:17 PM IST
odisha.newsroom.in

ସୋମବାର ପୁଣି ବସିବ US – IRAN ଶାନ୍ତି ବୈଠକ, ଟ୍ରମ୍ପ କହିଲେ…

Apr-18-2026 08:28 AM IST
odisha.newsroom.in

ହର୍ମୁଜ୍ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଲା IRGC

Apr-18-2026 08:05 AM IST
odisha.newsroom.in

କାଟ ଖାଇଲା ମହିଳା ସଂରକ୍ଷଣ ବିଲ୍…ମିଳିଲା ନାହିଁ ଆବଶ୍ୟକ ଭୋଟ, ଆଗକୁ କଣ ହେବ ?

Apr-18-2026 07:45 AM IST
Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Apr-18-2026 07:29 AM IST
odisha.newsroom.in

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

Apr-17-2026 06:53 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
  • About
  • Careers
  • Contact Us
Sunday, April 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ସରକାରୀ ସମ୍ପତ୍ତିର ଦୁରୂପଯୋଗ କରିଛନ୍ତି ଜୟ ଢୋଲକିଆ :ବିଜେଡି

ସିଇଓଙ୍କ ନିକଟରେ ବିଜେଡିର ମାଳ ମାଳ ସଙ୍ଗୀନ ଅଭିଯୋଗ

by M M
Nov-09-2025 02:29 PM IST
in Uncategorized
0
ସରକାରୀ ସମ୍ପତ୍ତିର ଦୁରୂପଯୋଗ କରିଛନ୍ତି ଜୟ ଢୋଲକିଆ :ବିଜେଡି
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର :  ବିଜେପି ସରକାର, ନୂଆପଡ଼ା ଉପନିର୍ବାଚନରେ ଆଇନ ଭାଙ୍ଗିବାକୁ ପଛାଉ ନାହିଁ । ବାରମ୍ୱାର ଅଭିଯୋଗ କରିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନାହିଁ, ଆଉ ବିଜେପି ନିଜର ବେଆଇନ୍ କାର୍ଯ୍ୟଧାରା ଜାରି ରଖିଛି । ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରି ମନ୍ତ୍ରୀ ଓ ବିଜେପି ନେତା ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି । ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରୁନାହିଁ କିମ୍ୱା ସରକାରୀ କଳର ଅପବ୍ୟବହାର ବନ୍ଦ କରୁନାହିଁ ।  ବିଜେଡି ଗୁରୁତର ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ହାଜର ହୋଇ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ କାର୍ଯ୍ୟାନୁଷ୍ଠାନ ପାଇଁ ପୁନଃ ନିବେଦନ କରିଛି ।
ବିଜେଡି ଅଭିଯୋଗ କରିଛି ଯେ, ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଆସୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିବେଶ ଓ ବିମାନ ପରିଚାଳନା ନିୟମକୁ ଉଲ୍ଲଂଘନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁନାବେଡା ସଂରକ୍ଷିତ ବନ୍ୟଜୀବ ଅଭୟାରଣ୍ୟ ଉପରେ ଉଡ଼ି ନିର୍ବାଚନ ପ୍ରଚାର କରିଛନ୍ତି । ନିର୍ବାଚନ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ଓ ଅଭୟାରଣ୍ୟ ସୁରକ୍ଷା ଆଇନକୁ ଭାଙ୍ଗିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭା ପାଇଁ ନୂଆପଡାର ଜାତୀୟ ରାଜପଥ ନଂ ୩୫୩କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଜାତୀୟ ରାଜପଥକୁ ବନ୍ଦ କରି ବିଜେପି ନେତାମାନଙ୍କ ପାଇଁ ମଞ୍ଚା ବନ୍ଧା ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବ୍ୟବସାୟରେ କ୍ଷତି ହୋଇଛି । ଜରୁରୀ ସେବା ବନ୍ଦ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ନିର୍ବାଚନୀ ଖର୍ଚ୍ଚ କଟକଣାକୁ ନ ମାନି ମାତ୍ରାଧିକ ବସ୍ ଓ ଟ୍ରକ ଭଡାରେ ଅଣାଯାଇଛି । ଏହା ବିରୋଧରେ ନିର୍ବାଚନ ଆୟୁକ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବି କରିଛି ।
ବିଜେଡି ଅଭିଯୋଗ କରିଛି ଯେ, ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଥିବା ବେଳେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ବିଜେପି ନେତା ଅରିନ୍ଦମ ରାୟ କୋମନା ବ୍ଲକ୍ ଅଧୀନ ମଥିଆପାଦର ଗ୍ରାମରେ ନୂଆ ରାସ୍ତା ନିର୍ମାଣ ପ୍ରକଳ୍ପ ଘୋଷଣା କରିବା ସହ ତୁରନ୍ତ କାମ ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ନିୟମାବଳୀ ଅନୁଯାୟୀ, ନିର୍ବାଚନ ସୂଚନା ଜାରି ହେବା ପରେ କୌଣସି ନୂଆ ଉନ୍ନୟନ କାମ ଘୋଷଣା କିମ୍ୱା ଆରମ୍ଭ କରିବା ସଂପୂର୍ଣ୍ଣ ନିଷିଦ୍ଧ । ହେଲେ ମନ୍ତ୍ରୀ ଓ ବିଜେପି ନେତା ଏହି ନିୟମକୁ ଭାଙ୍ଗିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିର୍ବାଚନ ପ୍ରଚାରରେ ସରକାରୀ ସମ୍ପତ୍ତିର ଦୂରୁପଯୋଗ କରୁଛନ୍ତି । ବିଦୁ୍ୟତ ଖୁଟି, ସାଇନ ବୋର୍ଡ ଓ ଜାତୀୟ ରାଜପଥରେ ଅବୈଧ ଭାବରେ ଅଭିଯାନ ପୋଷ୍ଟର ଓ ବ୍ୟାନର ଲଗାଯାଉଛି । ପୂର୍ବରୁ ଏପରି ଅଭିଯୋଗ ହୋଇଥିଲେ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ସେହିପରି ବିଜେପି ନେତା ଓ କର୍ମକର୍ତ୍ତାମାନେ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମୋଙ୍ଗରାପାଲିର ୱାର୍ଡ ନଂ ୧୫ ଓ ୧୭ ସ୍ଥିତ ମତଦାନ ପାଇଁ ଉର୍ଦ୍ଦିଷ୍ଟ ବୁଥ ନଂ ୭୪ ଓ ୭୬ ସମ୍ମୁଖରେ ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି । ଏହାଦ୍ୱାରା ଭୋଟରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେଣୁ ଏସବୁ ଦଳୀୟ କାର୍ଯ୍ୟାଳୟକୁ ଉଚ୍ଛେଦ ପାଇଁ ବିଜେଡି ଦାବି କରିଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
April 19, 2026, 6:55 PM
 

S
Overcast
28°C
2.3 m/s
Apparent: 33°C
Pressure: 1006 mb
Humidity: 92%
Winds: 2.3 m/s S
Windgusts: 9.5 m/s
UV-Index: 0
Precip.: 0mm /8% / Rain
Sunrise: 5:25 AM
Sunset: 6:06 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom